ଗତ ୨୪ ଘଣ୍ଟାରେ ୯୨୫ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣରୁ ଆଶ୍ୱସ୍ତି ମିଳିଛି। ଗତକାଲି ୯୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୪୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୦୩ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ପୁଣୀ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାଲେଶ୍ବରରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୫, ଢେଙ୍କାନାଳ ଓ କଟକରୁ ୩ ଜଣ ଲେଖାଏଁ ମୃତ। ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଭଦ୍ରକ, ଯାଜପୁର ଓ ନୟାଗଡ଼ରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୯୨୬କୁ ବୃଦ୍ଧି ପାଇଛି। 

ଆଜି ସଙ୍ଗରୋଧ କେନ୍ଦ୍ରରୁ ୫୪୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦୩ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୯ , ସୁନ୍ଦରଗଡ଼ରୁ ୮୮, କଟକ଼ରୁ ୫୨, ଜଗତସିଂହପୁରରୁ ୫୦,ଯାଜପୁରୁ ୪୭, କୋରାପୁଟରୁ ୪୬, ଅନୁଗୁଳରୁ ୪୪,ଗଜପତି ୩୮, କେନ୍ଦ୍ରାପଡ଼ା ୩୪, ମୟୁରଭଞ୍ଜ ୩୧,ଦେଓଗଡ ୧୭,ଢେଙ୍କାନାଳ ୧୫, ଗଞ୍ଜାମ ୨୬, ଝାରସୁଗୁଡା ୨୪, କଳାହାଣ୍ଡି ୧୦, କନ୍ଧମାଳ ୫, କେଉଁଝର ୨୦, ମାଲକାନଗିରି ୬, ନବରଙ୍ଗପୁର ୬, ନୟାଗଡ଼ ୨୧, ନୂଆପଡ଼ା ୮, ପୁରୀ ୧୩, ରାୟଗଡ଼ା ୧୮, ସମ୍ବଲପୁର ୨୯, ସୋନପୁର ୧୮, ବାଲେଶ୍ୱର ୨୨, ବରଗଡ଼ ୧୩, ଭଦ୍ରକ ୧୬, ବଲାଙ୍ଗିର ୨, ବୌଦ୍ଧ ୨୩ ଏବଂ ଷ୍ଟେଟ୍‌ପୁଲ୍ ୨୪ ସଂକ୍ରମିତ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୦୪୬ରେ ପହଁଞ୍ଚିଥିଲା ବେଳେ ୧୨ ଲକ୍ଷ ୫୯ ହଜାର ୭୯୬ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ ଏବେ ୧୦ ହଜାର ୨୭୧ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.