ଭୋଟର ନକଲି ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ – ନିର୍ବାଚନ କମିଶନ

ଭୁବନେଶ୍ୱର : ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ଏବଂ ଏହା ପୂର୍ବରୁ ନକଲି ଭୋଟରଙ୍କୁ ସାବଧାନ କରାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନକଲି ଭୋଟର ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ସତର୍କ ବାଣି ।  କୌଣସି ଭୋଟରଙ୍କ ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ ଏବଂ ଏହାପରେ ପ୍ରିସାଇଡିଂ ଅଫିସରମାନେ ସ୍ପଟ୍ ଉପରେ ହିଁ ଯାଞ୍ଚ କରିବେ ବୋଲି ଆଜି ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି ।

ଜଣଙ୍କ ନାମରେ ଅନ୍ୟ ଜଣେ ଭୋଟ୍ ଦେଇ ପରିବେ ନାହିଁ । ପୋଲିଂ ଅଫିସରମାନଙ୍କ ପାଇଁ ଭୋଟ ଦେବା ବ୍ୟବସ୍ଥା ନାହିଁ ବୋଲି ଆଜି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.