ନୟାପଲ୍ଲୀ ପୁଲିସ ହାତରେ ୩ ଲୁଟେରା

ଭୁବନେଶ୍ୱର:  ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ କୁଖ୍ୟାତ ଲୁଟେରା। ଇନ୍ଦ୍ରଧନୁ ମାର୍କେଟ ପାଖରୁ ପୁଲିସ ଏହି ୩ଜଣ ଲୁଟେରାଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତକାଲି ଜଣେ ଯୁବକଙ୍କଠାରୁ ମୋବାଇଲ ଛଡାଇ ନେଇ ପଳାଉଥିବା ବେଳେ ସେମାନଙ୍କୁ କାବୁ କରିଥିଲା ପୁଲିସ। ପୁଲିସ ସେମାନଙ୍କ ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି। ଏହି ୩ ଜଣ ଲୁଟେରା ନୟାପଲ୍ଲୀ ବେହେରା ସାହିର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.