ଦିନକରେ ୧୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଗଣ୍ଟାରେ ରାଜ୍ୟରେ ୧୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଲକ୍ଷ ୭୩ ହଜାର ୦୩ରେ ପହଁଞ୍ଚିଛି । ମୃତ୍ୟୁ ସଂଖ୍ୟା ୮୮୧୮ ରେ ପହଁଞ୍ଚିଛି। 

ଖୋର୍ଦ୍ଧା ସୁନ୍ଦରଗଡ଼ରୁ ସର୍ବାଧିକ ୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମରୁ ଦୁଇ ଜଣ ଏବଂ ବାଲେଶ୍ୱର ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । 

ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୬୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୧୮ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୩ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୭୨, ବାଲେଶ୍ୱରରୁ ୩୪, ବରଗଡ ୨୫, ଭଦ୍ରକ ୨୦, ବାଲାଙ୍ଗୀର ୩୭, ବୌଦ୍ଧ ୩୬, କଟକ ୧୩୩, ଦେଓଗଡ଼ ୨୭, ଢେଙ୍କାନାଳ ୧୩, ଗଜପତି ୪୩, ଗଞ୍ଜାମ ୨୭, ଜତସିଂହପୁର ୪୩, ଯାଜପୁର ୭୩ ,ଝାରସୁଗୁଡ଼ା ୩୯, କଳାହାଣ୍ଡି ୪୧, କନ୍ଧମାଳ ୧୨, କେନ୍ଦ୍ରାପଡା ୪୯, କେଉଁଝର ୩୪, କୋରାପୁଟ ୫୮, ମାଲକାନଗିରି ୩, ମୟୂରଭଞ୍ଜ ୪୦, ନବରଙ୍ଗପୁର ୩୫, ନୟାଗଡ଼ ୫୯, ନୁଆପଡା ୫୭, ପୁରୀ ୩୭, ରାୟାଗଡା ୪୭, ସମ୍ବଲପୁର ୨୧, ସୋନପୁର ୨୭, ସୁନ୍ଦରଗଡ ୧୩୯, ରାଜ୍ୟ ପୁଲ୍ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.