ମତଦାନ ପାଇଁ ରାଜ୍ୟ ସରକାରଙ୍କ ତିନି ଦିନ ଛୁଟି ଘୋଷଣା

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ପାଇଁ ସରକାରୀ, ସରକାରୀ ଅନୁବନ୍ଧିତ, ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀଙ୍କୁ ତିନି ଦିନ ଛୁଟି ମଞ୍ଜୁର କରିବାକୁ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମିନା ସମସ୍ତ ବିଭାଗର ପ୍ରମୁଖ ସଚିବ, ଆୟୁକ୍ତ ତଥା ସଚିବ, ବିଭାଗୀୟ ମୁଖ୍ୟ ଅଧିକାରୀ, ତିନି ରାଜସ୍ୱ ଆୟୁକ୍ତ, ସମସ୍ତ ଜିଲାପାଳ, ବେସରକାରୀ ଅନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀଠାରୁ ଦୂରରେ ଚାକିରି କରିଥିବା ଭୋଟରଙ୍କୁ ଛୁଟି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି।

ତେବେ କର୍ମଚାରିଙ୍କୁ ଏଥି ପାଇଁ ଲିଖିତ ଭାବରେ ଆବେଦନ କରିବାକୁ ପଡ଼ିବ। ୨୦୨୨ ମସିହାରେ କ୍ୟାଲେଣ୍ଡର ବର୍ଷରେ ସାଧାରଣ କାଜୁଆଲ୍ ଛୁଟି ବ୍ୟତୀତ ସେମାନଙ୍କୁ ଦିଆଯିବାକୁ ଥିବା ଛୁଟିକୁ ସ୍ୱତନ୍ତ୍ର କାଜୁଆଲ୍ ଛୁଟି ଭାବରେ ବିବେଚନା କରାଯାଇପାରେ। ବିଭାଗ ଆହୁରି ସ୍ପଷ୍ଟ କରିଛି ଯେ ଏକ ନିର୍ଦ୍ଦିଷ୍ଟ ଗ୍ରାମ ପଞ୍ଚାୟତରେ ସେମାନଙ୍କ ନାମଲେଖା ଦେଖାଇବା ପାଇଁ କର୍ମଚାରୀଙ୍କ ଲିଖିତ ଆବେଦନ ଯଥେଷ୍ଟ ହେବ।

Leave A Reply

Your email address will not be published.