ନିର୍ବାଚନ କଟକଣା: ମତଦାନ ଦିନ ମଦ ଦୋକାନ ବନ୍ଦ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗ କଟକଣା ଲଗାଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଓ ଗଣତି ଦିନ ମଦ ବିଦ୍ରି ଉପରେ କଟକଣା ଲଗାଇଛନ୍ତି । 

ତେବେ ଅବକାରୀ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ରାଜ୍ୟର ପ୍ରତି ଜିଲ୍ଲାପାଳଙ୍କୁ ପଠାଇ ଦିଆଯାଇଛି ।

ଚିଠିରେ ଉଲ୍ଲେଖ ରହିଛି ଯେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଓ ଗଣତି ଦିନ ଡ୍ରାଏ ଡେ ଘୋଷଣା କରାଯାଇଛି । ଅର୍ଥାତ ଭୋଟ ଥିବା ଦିନ ଉକ୍ତ ଅଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ । ଭୋଟ ହେବାର ୪୮ ଘଣ୍ଟା ପୂର୍ବାରୁ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି । ସେହିପରି କୌଣସି ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କୌଣସି ସ୍ଥାନରେ ମଦ ବିକ୍ରି ହୋଇପାରିବ ନାହିଁ । ଷ୍ଟାର ହୋଟେଲମାନଙ୍କରେ ମଦ ବିକ୍ରି କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି ।  ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ୧୮, ୨୦, ୨୨ ଓ ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ ।

Leave A Reply

Your email address will not be published.