ପଞ୍ଚାୟତ ନିର୍ବାଚନ : ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଗଞ୍ଜାମ : ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଭୋଟରମାନେ ନିର୍ଭୀକ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ସହ ପୁଲିସର ଚ୍ୟାଲେଞ୍ଜ୍ ରହିଛି ।

ଜିଲ୍ଲାରେ ମୋଟ ୭୦୯୯ ବୁଥ୍ ମଧ୍ୟରୁ  ୬୮୩   ଟି ବୁଥ୍‌କୁ ସମ୍ବେଦନଶୀଳ ଏବଂ ୪୩୧ଟି ବୁଥ୍‌କୁ ଅତିସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ ୫ଟି ପର୍ଯ୍ୟାୟରେ ୧୯ଟି ବ୍ଲକର ୩୭୯ ପଞ୍ଚାୟତରେ ନିର୍ବାଚନ ହେବାକୁ ଥିବା ବେଳେ ସମୁଦାୟ ୫୩୮୭ଟି ବୁଥ୍‌ରେ ମତଦାନ ହେବ । ସେଥିମଧ୍ୟରୁ ୪୨୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ୩୮୧ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ଏବଂ ୪୫୮୦ଟି ସ୍ୱାଭାବିକ ବୁଥ୍ ରହିଛି । ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ପକ୍ଷରୁ ଜିଲ୍ଲାର ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ଗୁଡିକ ଚୂଡାନ୍ତ ହୋଇଛି ।

ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ୮ଟି ବ୍ଲକର ୧୧୬ଟି ପଞ୍ଚାୟତରେ ନିର୍ବାଚନ ହେବାକୁ ରହିଥିବା ବେଳେ ସମୁଦାୟ ୧୭୧୨ଟି ବୁଥ୍‌ରେ ମତଦାନ ହେବ । ସେଥିମଧ୍ୟରୁ ୨୫୭ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିବା ବେଳେ ୫୦ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ଏବଂ ୧୪୦୫ଟି ସ୍ୱାଭାବିକ ବୁଥ୍ ରହିଛି ।

Leave A Reply

Your email address will not be published.