ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍

୨୬୦୩ ନୂଆ ପଜିଟିଭ୍ ଚିହ୍ନଟ; ଆଉ ୨୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ ୮୨ଜଣ । ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ହେବାର ଲାଗିଛି । ସେମାନଙ୍କ ମଧ୍ୟରୁ ୧ ହଜାର ୫୨୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୩୪୯ ଜଣ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 


ଆଜି ଅନୁଗୁଳରୁ ୧୦୨, ବାଲେଶ୍ୱରରୁ ୪୮, ବରଗଡରୁ ୫୧, ଭଦ୍ରକରୁ ୩୭, ବଲାଙ୍ଗୀରରୁ ୬୦, ବୌଦ୍ଧରୁ ୩୭, କଟକରୁ ୨୦୫, ଦେଓଗଡରୁ ୨୧, ଢେଙ୍କାନାଳରୁ ୬୪, ଗଜପତିରୁ ୬୪, ଗଞ୍ଜାମରୁ ୮୫, ଜଗତସିଂହପୁରରୁ ୬୦, ଯାଜୁରରୁ ୧୩୩, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୪୪୪, କୋରାପୁଟରୁ ୯୪, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୨, ନୟାଗଡରୁ ୬୭, ନୂଆପଡାରୁ ୮୭, ପୁରୀରୁ ୪୭, ରାୟଗଡାରୁ ୬୧, ସମ୍ବଲପୁରରୁ ୮୮, ସୋନପୁରରୁ ୧୬, ସୁନ୍ଦରଗଡରୁ ୨୦୪ ଓ ଷ୍ଟେଟ ପୁଲରୁ ୧୦୦ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ ୧୨୬୪୭୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨୮୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୯୬୫ ଆକ୍ଟିଭ କେସ ରହିଛି ।

Leave A Reply

Your email address will not be published.