କୋଭିଡ୍ କଟକଣାରେ ସରସ୍ୱତୀ ପୂଜା ଆୟୋଜିତ

ଭୁବନେଶ୍ୱର: ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ତିଥିରେ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଆଜି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ସରସ୍ୱତୀ ପୂଜା ଆୟୋଜିତ ହେଉଛି । ବିଶ୍ୱାସ ରହିଛି ଯେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ସେ ଶୀଘ୍ର ଆଶୀର୍ବାଦ କରିଥାନ୍ତି । ତେଣୁ ଏହି ପୂଜାର ମହତ୍ୱ ଅନେକ । 

ପ୍ରତ୍ୟେକ ପୂଜା ପାଇଁ ନିର୍ଦ୍ଦିଷ୍ଟ ବିଧି-ବିଧାନ ଥାଏ । ତେଣୁ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଠିକ୍ ସମୟ କ’ଣ, ତାହା ଜାଣିବାର ଆବଶ୍ୟକତା ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ୱତୀ।  ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ।

ଶାସ୍ତ୍ର ଅନୁଯାୟୀ, ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର  ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ, ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁ ଚାଚେରୀ ଉତ୍ସବ ପ୍ରଚଳନ କରାଇଥିଲେ। ଏହି ଅବସରରେ ସେ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।

Leave A Reply

Your email address will not be published.