ଅପରେସନ୍‌ ପାଉଡର: ୩ କେଜି ବ୍ରାଉନ ସୁଗାର, ଚୋରା ବନ୍ଧୁକ ଓ ନଗଦ ୬୫ ଲକ୍ଷ ଟଙ୍କା ଜବତ କଲା ଏସଟିଏଫ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ନିଶା ବେପାରୀଙ୍କୁ ଘାରିଛି ଏସଟିଏଫ ଭୟ । ମାରାଥନ ରେଡ୍‌, ଅତର୍କିତ ଚଢାଉରେ ଅତିଷ୍ଠ ହୋଇ ମାଫିଆ ବଦଲାଉଥିଲା ଠିକଣା । ଏସଟିଏଫକୁ ମିଳିଛି ବଡ ସଫଳତା । ନୟାଗଡ଼ରୁ ବ୍ରାଉନସୁଗାର ସିଣ୍ଡିକେଟର ନୂଆ ଆଡ୍ଡା ଠାବ ପରେ ଏବେ ଆକ୍ସନ ମୁଡରେ ଏସଟିଏଫ ପୋଲିସ । ନୟାଗଡ଼ରେ ରହି ନିଶା କାରବାର ଅପରେଟ କରୁଥିଲା ମାଫିଆ ଶିବ ପ୍ରସାଦ ଦାସ । ରେଡ୍‌ ବେଳେ ଶିବ ଫେରାର ମାରିଥିବା ବେଳେ, ସହଯୋଗୀ କେ, ଭିକି ରାଓଙ୍କୁ ବାନ୍ଧିଛି ଏସଟିଏଫ୍‌ । ଘଟଣାସ୍ଥଳରୁ ୩ କେଜି ବ୍ରାଉନ ସୁଗାର, ମୁଙ୍ଗେର ମେଡ୍‌ ଚୋରା ବନ୍ଧୁକ, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍‌ ସହ ପ୍ୟାକିଙ୍ଗ ମେସିନ ଜବତ କରିଛି ପୋଲିସ । ସେପଟେ ଆନ୍ତରାଜ୍ୟ ମାଫିଆଙ୍କ ନିଦ ହଜାଇଛି ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ଟିମ୍‌ ।

ନିଶା କାରବାରା ବିରୋଧରେ ଏସଟିଏଫର ହଲ୍ଲାବୋଲ ପରେ ଥରହର ନିଶା ସାମ୍ରାଜ୍ୟ । ପଶ୍ଚିମବଙ୍ଗ ଏସଟିଏଫ ସହାୟତାରେ ଆନ୍ତରାଜ୍ୟ ଡ୍ରଗ୍ସ ମାଫିଆଙ୍କ ଆଡ୍ଡାରେ ଧସେଇ ପଶିଛି ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ଟିମ୍‌ । ନିଶା ମାଫିଆ ସେକ୍‌ଲାଲ ଓ ରାଜସ୍ଥାନରୁ ସେକ୍‌ ଆଜମଲକୁ ପିନ୍ଧାଇଛନ୍ତି ହାତକଡ଼ି ।

Leave A Reply

Your email address will not be published.