ନବୀନ ପୁଣି ନମ୍ବର -୧ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେ ମୁତାବକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍‌ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବିକାଶ, ସ୍ୱଚ୍‌?ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭ? କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍‌? ମ୍ୟାନ୍‌? । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଉଲ୍ଲେଖନୀୟ କୋଭିଡ ପରିଚାଳନାରେ ଓଡ଼ିଶା ନମ୍ବର ୧ । ସଫଳ କୋଭିଡ୍‌?? ପରିଚାଳନା ପାଇଁ ଓଡ଼ିଶା ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି ।

ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାଙ୍କୁ ୬୭.୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍‌?, ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଛନ୍ତି । ସେହିପରି ସପ୍ତମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଅଷ୍ଟମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ନବମରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି ।

Leave A Reply

Your email address will not be published.