୩ ହଜାର ଫୁଟ ଉଚ୍ଚରେ ହୋଇଥାନ୍ତା ଦୁଇ ବିିମାନ ମଧ୍ୟରେ ମୁହାଁମୁହିଁ ଧକ୍କା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ରକ୍ଷା ପାଇଗଲେ ୪୦୦ ଯାତ୍ରୀ । ରାଡାର ନିୟନ୍ତ୍ରକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଭୟଙ୍କର ଦୁର୍ଘଟଣାକୁ ଏଡାଯାଇ ପାରିଲା । ନ ହେଲେ ୩ ହଜାର ଫୁଟ ଉଚ୍ଚରେ ହୋଇଥାନ୍ତା ଦୁଇ ବିିମାନ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ୪୦୦ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥାନ୍ତା ।

ଘଟଣାରୁ ଜଣାପଡିଛି କି, ପ୍ରକାଶ ଯେ, ବେଙ୍ଗାଳୁରୁର କେମ୍‌ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ଇଣ୍ଡିଗୋ ୬ଋ ୪୫୫ ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ଇଣ୍ଡିଗୋ ବିମାନ ୬ଋ ୨୪୬ ବେଙ୍ଗାଳୁରୁରୁ ଭୁବନେଶ୍ୱର ଯିବାର ଅଥିଲା । ଏହି ଦୁଇଟିଯାକ ବିମାନ ଇସକ୍ସଭଙ୍କଗ୍ଦ ଇ୩୨୦ ଭାରିଆଣ୍ଟର ଥିଲା ।

ବେଙ୍ଗାଳୁରୁ ଏୟାରପୋର୍ଟରେ ନର୍ଥ ଓ ସାଉଥ ରନଓ୍‌ବେ ରହିଛି । ଏହି ବିମାନ ବନ୍ଦରରୁ ବିମାନଗୁଡିକ ନର୍ଥ ରନଓ୍‌ବେରୁ ଉଡାଣ କରୁଥିବାବେଳେ ସାଉଥ ରନଓ୍‌ବେରେ ଲ୍ୟାଣ୍ଡିଂ କରୁଥିଲେ । ତେବେ ଜାନୁଆରୀ ୭ ତାରିଖରେ ସାଉଥ ରନୱେ ବନ୍ଦ କରି ଦିଆଯାଇଥିବା ବେଳେ କେବଳ ନର୍ଥ ରନଓ୍‌ବେ କାର୍ଯ୍ୟକ୍ଷମ ଥିଲା । ମାତ୍ର ଏନେଇ ସାଉଥ ଟାୱାର କଣ୍‌ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନଥିଲା । ସାଉଥ ଟାୱାର ନିୟନ୍ତ୍ରକ ବିମାନଗୁଡିକୁ ଉଡାଣ ଲାଗି ଅନୁମତି ଦେଉଥିବାବେଳେ ନର୍ଥ ଟାୱାର ନିୟନ୍ତ୍ରକ ମଧ୍ୟ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ ଅନୁମତି ଦେଇଥିଲେ । ଆଶ୍ଚର୍ଯ୍ୟର କଥା ଦୁଇ ନିୟନ୍ତ୍ରକଙ୍କ ମଧ୍ୟରେ ଏନେଇ ସୂଚନା ଆଦାନପ୍ରଦାନ କରାଯାଇ ନଥିଲା । ଏକା ଦିଗରେ ଦୁଇଟି ଯାକ ବିମାନକୁ ଅନୁମତି ଦେବାର ବିଧି ନଥିବାବେଳେ ଏକ ସମୟରେ ଏହି ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା ।

ଫଳରେ ଆକାଶ ମାର୍ଗରେ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା । ମାତ୍ର ଏହା ଜାଣିପାରି ଜଣେ ରାଡାର ନିୟନ୍ତ୍ରକ ଲୋକେନ୍ଦ୍ର ସିଂହ ବିମାନର ଗତି ପରିବର୍ତ୍ତନ ଲାଗି ତତକ୍ଷଣାତ ସୂଚନା ଦେଇଥିଲେ । ଫଳରେ ଦୁର୍ଘଟଣା ରୋକାଯାଇପାରିଥିଲା । ଏହି ଗୁରୁତର ଘଟଣାକୁ ଲଗ୍‌ ବୁକ୍‌ରେ ଉଲ୍ଲେଖ କରାଯାଇ ନଥିଲା କିମ୍ବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏଙ୍କ ନିକଟରେ କୌଣସି ପ୍ରତିକ୍ରିୟା ରଖାଯାଇ ନଥିଲା । ଏହି ଘଟଣାକୁ ଡିଜିସିଏ ଗୁରୁତର ସହ ନେଇଛି ଏବଂ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ବେଙ୍ଗାଳୁରୁ- କୋଲକାତା ବିମାନରେ ୧୭୬ ଯାତ୍ରୀ ଓ ୬ କର୍ମଚାରୀ ଥିବାବେଳେ ବେଙ୍ଗାଳୁରୁ- ଭୁବନେଶ୍ୱର ବିମାନରେ ୨୩୮ ଓ ୬ କର୍ମଚାରୀ ଥିଲେ । ଦୁଇଟି ବିମାନରେ ମୋଟ ଯାତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଥିଲା ୪୨୬ । ରାଡାର ନିୟନ୍ତ୍ରକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶେଷ ମୁହୂର୍ତ୍ତରେ ଏଡ଼ାଇ ଦିଆଯାଇଥିଲା ଦୁର୍ଘଟଣା ।

Leave A Reply

Your email address will not be published.