ପୁଅ ସାଜିଲା ସଇତାନ : ନୃଶଂସ ଭାବେ ମାଆକୁ ପୋଡ଼ି ମାରିଦେଲା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା । ଜନ୍ମ କଲା ପୁଅ ସାଜିଲା ସଇତାନ । ଅତି ନୃଶଂସ ଭାବେ ମାଆକୁ ପୋଡ଼ି ମାରିଲା ପୁଅ ।ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ବଡ଼ଗଡ ଥାନା କଳିଙ୍ଗବସ୍ତିର ଏ ଅଭାବନୀୟ ଘଟଣା । ଦରପୋଡା ଅବସ୍ଥାରେ ମାଆର ମୃତଦେହ ଜବତ କରିଛି ପୋଲିସ । ହତ୍ୟା କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ପୁଅ ପ୍ରଶାନ୍ତ ଜେନାକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.