ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଦମ ଦେଖାଇଲେ ଗ୍ରେହାଣ୍ଡ , ଡ଼ିଆରଜି ଓ ସିଆରପିଏଫ ଯବାନ । ସୀମାନ୍ତରେ ମାଓବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ । ଏଥିରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଫଳରେ ଲାଲବାହିନୀକୁ ବଡ଼ ଝଟକ ଲାଗିଛିା । ବିଜାପୁର ଓ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା । ଦୁର୍ଦ୍ଦାନ୍ତ ମାଓନେତା ସୁଧାକର ନିହତ ହୋଇଥିବା ସ୍ପଷ୍ଟ ହୋଇଛି । ମାଓ ଆକ୍ରମଣରେ ଜଣେ ଗ୍ରେହାଣ୍ଡ ଯବାନ ଗୁରୁତର ଅବସ୍ଥାରେ ଏୟାରଲିପ୍ଟ ହୋଇ ଚିକିତ୍ସିତ ହୋଇଛନ୍ତି । ଗ୍ରେହାଉଣ୍ଡ, ଡ଼ିଆରଜି ଓ ସିଆରପିଏଫର ମିଳିତ ଟିମ୍‌ ବିଜାପୁର ଓ ସୁକୁମା ଅଞ୍ଚଳରେ ଅପରେସନ କରିଥିଲେ । ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.