ଆଉ ଦୁଇ ଗୁଣା ହେବ ନାହିଁ ସଂକ୍ରମଣ: ଡାକ୍ତର ଏନ୍‌କେ ଆରୋରା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆଗକୁ ଆଉ ଦୁଇ ଗୁଣା ହେବନାହିଁ କରୋନା ସଂକ୍ରମଣ । ଧୀରେ ଧୀରେ ସଂକ୍ରମଣ କମିବା ସହ ଭଲ ସ୍ଥିତିକୁ ଆସିବ । ଫେବ୍ରୁଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭ ବେଳକୁ ରାଜ୍ୟ ଭଲ ସ୍ଥିତିକୁ ଆସିବ । ଜୁଲାଇ ବେଳକୁ ଲୋକଙ୍କୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ରାଜ୍ୟରେ ୭୫ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨ଶହ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ତୃତୀୟ ଲହର ମୁକାବିଲା ପାଇଁ ଏବେ ହସ୍‌ପିଟାଲ ଉପରେ କିଛି ଚାପ ନାହିଁ । ଏନଟିଜିଏଆଇ କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡାକ୍ତର ଏନ୍‌କେ ଆରୋରା ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ୧୨ରୁ ୧୪ ବର୍ଷର ପିଲାଙ୍କୁ ଆସନ୍ତା ମାର୍ଚ୍ଚ ମାସରୁ ହୋଇପାରେ ଟିକାକରଣ ।

Leave A Reply

Your email address will not be published.