ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରି ଢ଼ିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ : ଫୋର୍ସ ମୁତୟନ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପାରାଦୀପରେ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଢ଼ିଙ୍କିଆ ଗାଁରେ ଗୁରୁବାର ପୋଲିସ ପଶିଛି ଫଳରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଢିଙ୍କିଆର ତିନିଟି ଯାକ ପ୍ରବେଶ ପଥରେ ବାଉଁଶ ଗେଟ୍‌ ନିର୍ମାଣ କରି ଗାଁକୁ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ କରାଇ ନଦେବାକୁ ଜିଦରେ ଅଡି ବସିଥିଲେ ଗ୍ରାମବାସୀ । କିନ୍ତୁ ଗୁରୁବାର ପାଖାପାଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ଢିଙ୍କିଆର ପହଞ୍ଚି ଗାଁକୁ ପଶିବା ଉଦ୍ୟମ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପୋଲିସ ଗାଁରେ ପଶିବା ପରେ ଢିଙ୍କିଆ ଗାଁ ସମ୍ପୂର୍ଣ୍ଣ ଶୂନଶାନ୍‌ ହୋଇଯାଇଛି ।

ପୂର୍ବରୁ ମାହାଳ, ଗୋବିନ୍ଦପୁର ଗାଁର ପାନ ଚାଷୀ ସେମାନଙ୍କ ପାନ ବରଜ କମ୍ପାନୀକୁ ଦେବା ସହିତ କ୍ଷତିପୂରଣ ମଧ୍ୟ ନେଉଥିଲେ । ଏମିତିକି ଢିଙ୍କିଆର କିଛି ଲୋକ ମଧ୍ୟ ବରଜ ଦେଇଥିଲେ । ପୋଲିସ ଗାଁରେ ପ୍ରବେଶ ନ କରି ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଥିଲା । କିନ୍ତୁ ଗୁରୁବାର ପୋଲିସ ଗାଁରେ ପଶିବାରୁ ପୋଲିସ ସହ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.