ଲୁଟେରା ଗ୍ୟାଙ୍ଗକୁ ଧରିଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଭୁବନେଶ୍ୱରରେ ଟକଟକ ଗ୍ୟାଙ୍ଗ । ଲୋକଙ୍କୁ ଏକୁଟିଆ ଦେଖି ଲୁଟ କରିବା ସହ ଜନଗହଳି ଅଞ୍ଚଳରେ ଲୋକଙ୍କୁ କରୁଥିଲେ ଟାର୍ଗେଟ । କେତେବେଳେ ମୋବାଇଲ ତ କେତେବେଳେ ମନିପର୍ସ ଏ ଭଳି ଲୁଟ କରୁଥିଲେ ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ ।ରାଜଧାନୀରୁ ଧରାପଡିଲା ଟକଟକ ଗ୍ୟାଙ୍ଗ । ମାଷ୍ଟରକ୍ୟାଣ୍ଟିନରେ ଥିଲା ଏମାନଙ୍କ ଅପରେସନ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଭୁବନେଶ୍ୱରରେ ଟକଟକ ଗ୍ୟାଙ୍ଗ । ପ୍ରଥମେ ଲୋକଙ୍କ ଧ୍ୟାନ ହଟାଇବେ, ପରେ ମୌକା ଦେଖି ଲୁଟି ନେଉଥିଲେ । ଜନଗହଳି ସ୍ଥାନ ଓ ରେଳଷ୍ଟେସନ ଓ ଭିଡ ମାର୍କେଟ ଏରିଆରେ ଏମାନଙ୍କ ଅପରେସନକୁ କାର୍ଯ୍ୟକାରୀ କରୁଥିଲେ । ଏକ ଅଭିଯୋଗ ଆଧାରରେ ଏହି ଭଳି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଜାନୁଆରି ୪ ତାରିଖ ଭୋର ସମୟରେ ଜଣେ ଅଭିଯୋଗକାରୀ କିଛି ନିତ୍ୟ ବ୍ୟବହୃତ ସାମଗ୍ରୀ କିଣି ଫେରୁଥିଲେ । ଏହି ସମୟରେ ଏହି ଗ୍ୟାଙ୍ଗର ଅପରାଧୀ ମାନେ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ପାଖ ଆଧାର କେନ୍ଦ୍ର ନିକଟରେ ତାଙ୍କୁ ଅଟକାଇ ଥିଲେ । ପରେ କୌଶଳ କ୍ରମେ ତାଙ୍କ ଠାରୁ ୩୫୫୦/- ଟଙ୍କା ଛଡାଇ ନେବାପରେ ମୋବାଇଲ ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୋଗକାରୀ ତାଙ୍କ କବଳରୁ ଖସି ପଳାଇଥିଲେ ।
ଏନେଇ ଘଟଣା ବାବଦରେ କ୍ୟାପିଟାଲ ଥାନାରେ ଅଭିଯୋଗକାରୀ ଜଣାଇଥିଲେ । ଏହି ରିପୋର୍ଟ ଆଧାରରେ କ୍ୟାପିଟାଲ ପୋଲିସ୍‌ ତୁରନ୍ତ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ରାଜମହଲ ଛକ ନିକଟରୁ ଗିରଫ କରିଛି । ସେମାନେ ହେଲେ ବର୍ଷା ମହାପାତ୍ର ,ଚିନ୍ମୟୀ ଜେନା, ରଜିତ ବିଶ୍ୱାଳ । ସେମାନଙ୍କଠୁ ଚୋରୀ ହୋଇଥିବା ୩୦୦୦/- ଟଙ୍କା ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.