ଗ୍ରାହକଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଠକି ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଭଦ୍ରଲୋକଙ୍କ ମାନବିକତା ହୀନ କାର୍ଯ୍ୟ । ସରକାରୀ ଚାକିରିରେ ଥାଇ ମଧ୍ୟ ଲୋଭ କରି ୧୬ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ପୋଲିସ ଜଣେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । କଟକ ଚଣ୍ଡୀ ଛକ ଏସବିଆଇ ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜର ଚନ୍ଦ୍ରଭାନୁ ରାଉତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।

ଘଟଣାରୁ ଜଣାପଡିଛି ଯେ, କଟକ ଚଣ୍ଡୀ ଛକ ଏସବିଆଇ ଶାଖାରୁ ଜଣେ ଗ୍ରାହକଙ୍କ ୭ ଲକ୍ଷ ଟଙ୍କାର ଦୁଇଟି ସ୍ଥାୟୀ ଜମା ଓ ସେଭିଂ ଆକାଉଣ୍ଟ ଜମା ମିଶାଇ ମୋଟ ୧୬ ଲକ୍ଷରୁ ଅଧକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଚନ୍ଦ୍ର ଭାନୁ ।

ଗିରଫ ଚନ୍ଦ୍ର ଭାନୁଙ୍କ ଠାରୁ ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଠକେଇର ଶିକାର ହୋଇଥିବା ଗ୍ରାହକ ଗୀତାଞ୍ଜଳି ଦାସ ପ୍ରଥମେ ଏ ସମ୍ପର୍କରେ ବ୍ୟାଙ୍କକୁ ଜଣାଇଥିଲେ । ପରେ ବ୍ୟାଙ୍କର ଶାଖା ପରିଚାଳକ ପୋଲିସରେ ଏତଲା ଦେଇଥିଲେ । ଅଭିଯୁକ୍ତ ଚନ୍ଦ୍ର ଭାନୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣପଡ଼ିଛି ।

Leave A Reply

Your email address will not be published.