ଭଣ୍ଡବାବାର କଳା କାରନାମା, ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ ଅଭିଯୋଗ: ଆସ୍ଥାରେ କଳଙ୍କ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆସ୍ଥାରେ କଳଙ୍କ । ସମସ୍ୟାରେ ପଶି ଜଣେ ବାବାଙ୍କ ଶରଣ ନେଇଥିବା ଜଣେ ମହିଳାଙ୍କୁ ସଂପୃକ୍ତ ବାବା ଦୁଷ୍କର୍ମ କରିଥିବା ଜଣାଯାଇଛି । ଏଭଳି ଏକ ଘୃଣ୍ୟ କାମ କରିଛି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଅଞ୍ଚଳର ଶିବ ପ୍ରସାଦ ଭୋଇ ।
ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭଣ୍ଡ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ପାରିବାରିକ ସମସ୍ୟାର ସମାଧାନ ପାଇଁ ଶିବ ପ୍ରସାଦ ଭୋଇ ନାମକ ଜଣେ ଭଣ୍ଡ ବାବାଙ୍କ ତନ୍ତ୍ରପୀଠରେ ଶରଣ ନେଇଥିଲେ । କିନ୍ତୁ ସମସ୍ୟା ଦୂର କରିବା ବାହାନାରେ ମନ୍ଦିର ପଛପଟେ ବାବା ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଗତକାଲି ସନ୍ଧ୍ୟାରେ ମହିଳା ଓ ତାଙ୍କ ସ୍ୱାମୀ ବାବାଙ୍କ ପାଖକୁ ଯାଇଥିବା ବେଳେ ବାବା ମହିଳାଙ୍କ ସ୍ୱାମୀଙ୍କୁ ପୂଜା ସାମଗ୍ରୀ ଆଣିବାକୁ ଯିବାକୁ କହି ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.