ନୂଆ ସ୍କୁଟି ଦେବା ଦାବିରେ ଯୁବତୀଙ୍କ ଧାରଣା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଂଶଡା ଥାନା ଅଧିନ ମାଣିପୁର ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ଠାରୁ କିସ୍ତି ନେବାପାଇଁ ଆସିଥିଲେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ । ରାସ୍ତା ପାଖରେ ନିଜର ସ୍କୁଟିରଖି ପାଖ ଏକ ଘରକୁ ରୁଣ କିସ୍ତି ଆଣିବାକୁ ଯାଇଥିବା ବେଳେ ରେଳକାମ କରୁଥିବା ଏକ ବାଲି ବୋଝେଇ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିଟି ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଏନେଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଟ୍ରକକୁ ଅଟକ ରଖିଥିଲେ । ଟ୍ରକଟିର ମାଲିକ ଘଟଣାସ୍ଥଳରେ ନ ପହଁଚିବାରୁ ଫାଇନାନ୍ସ ଯୁବତୀ ଜଣଙ୍କ ୧୨ ଘଣ୍ଟାହେବ ସ୍କୁଟି ଆଗରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି । ଏହି ଯୁବତୀ ଜଣକ ହେଉଛନ୍ତି କୁନ୍‌ ମୁନ୍‌ ବରାଳ ।

Leave A Reply

Your email address will not be published.