ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ କଟକଣା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆସନ୍ତା ସୋମବାର ୧୦ ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା ଲାଗିପାରେ । ନୂଆ ନିୟମ ଅନୁଯାୟୀ, ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାରକୁ ବାରଣ କରାଯାଇଛି । ଏଠାରେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ହିଁ ଶବଦାହ କରିବାକୁ ଅନୁମତି ମିଳିବ । ଏନେଇ ଉପଜିଲ୍ଲାପାଳ କହିଛନ୍ତି । ବିନା କୋଭିଡ୍‌ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ଶବଦାହ ପାଇଁ ମିଳିବ ଅନୁମତି । ପରିଚୟ ପତ୍ର ଦେଖାଇ ସେମାନଙ୍କ ପରିବାର ଶବ ସଂସ୍କାର କରିପାରିବେ ।

Leave A Reply

Your email address will not be published.