ପଞ୍ଚାୟତ ନିର୍ବାଚନ: ଜିଲ୍ଲା ସଭାପତିଙ୍କ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ):ଜିଲ୍ଲା ସଭାପତିଙ୍କ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା । ଏହାପରେ ପଞ୍ଚାୟତି ନିର୍ବାଚନ ତାଲିକାରୁ ଓବିସି ସଂରକ୍ଷଣ ତାଲିକାକୁ ବାଦ ଦିଆଯାଇଥିଲା । ଜାନୁଆରୀ ୭ ତାରିଖରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଆସନକୁ ନେଇ ମଧ୍ୟ ଚୂଡ଼ାନ୍ତ ନିଷତ୍ତି ପ୍ରକାଶ ପାଇଛି ।

କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି ଆସନ । ୭ଟି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।

କେନ୍ଦ୍ରାପଡ଼ା, ବୌଦ୍ଧ ଓ ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ଥିବା ବେଳେ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ୱର ଓ ସୋନପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି ।

Leave A Reply

Your email address will not be published.