ଶୀତଦିନେ ଇମ୍ୟୁନିଟି ପାୱାର ବଢ଼ାଇବ ଏହି ୮ଟି ଜିନିଷ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ କାୟାବିସ୍ତାର କରିବା ଆରମ୍ଭ କଲାଣି । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆକ୍ରାନ୍ତ ଚିହ୍ଟ ହେଉଛନ୍ତି । ଦେଶରେ ଏଯାବତ୍‌ ଓମିକ୍ରନର ୧୭୦୦ ମାମଲା ସାମନାକୁ ଆସିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଶରୀରର ଉପଯୁକ୍ତ ଯତ୍ନ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏଥିସହିତ ଶରୀରରେ ଇମ୍ୟୁନିଟି ବଢ଼ାଇବା ଭଳି ଜିନିଷ ସେବନ କରିବା ପାଇଁ ମଧ୍ୟ କହୁଛନ୍ତି । ଏଭଳି ପରିସ୍ଥିତିରେ କିଛି ଖାଦ୍ୟ ରହିଛି ଯାହାକୁ ସେବନ କରିବା ଦ୍ୱାରା ଶରୀରରେ ଇମ୍ୟୁନିଟି ପାୱାର ଉନ୍ନତି ଆସିବା ସହିତ ଶରୀରକୁ ରୋଗ ବିରୋଧରେ ଲଢ଼ିବାକୁ ସାହାଯ୍ୟ କରିବ ଓ ଓମିକ୍ରନ ସହିତ ଲଢିବାରେ ମଧ୍ୟ ସହାୟକ ହେବ ।

ତେବେ ଇମ୍ୟୁନିଟି ବଢାଇବା ଭଳି ୮ଟି ଜିନିଷ ଉପରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ସେହି ି ୮ଟି ଜିନିଷ ହେଲା ଘିଅ, କନ୍ଧମୁଳ, ଅଁଳା, ଖଜୁରୀ, ଗୁଡ, ବାଜରା, ଅଦା ଓ ଖଟା ଫଳ । ଏହି ୮ଟି ଜିନିଷକୁ ୈନିନ୍ଦିନ ଖାଦ୍ୟ ସାରଣୀରେ ରଖନ୍ତୁ । କାରଣ ଏହି ୮ଟି ଜିନିଷରେ ପୋଷକତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ନ୍ୟୁଟ୍ରିସନ୍‌, ଭିଟାମିନ୍‌, ମିନେରାଲ୍‌ ମଧ୍ୟ ଉପଯୁକ୍ତ ପରିମାଣରେ ରହିଛି । ଆପଣ ମାନେ ନିତିଦିନିଆ ଖାଦ୍ୟରେ ଏହି ୮ଟି ସୁପରଫୁଡ୍‌ କୁ ସାମିଲ କରିବାକୁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.