ଶୀତ ଲହରୀରେ ୧୦ରୁ ରାଜ୍ୟବ୍ୟାପୀ ବର୍ଷା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢ଼ିଥିବା ବେଳେ ସାରା ରାଜ୍ୟ ଜାଡରେ ଥରୁଛି । ଏହି ଅବସରରେ ପୁଣି ଏକ ଖବର ଆସିଛି କି ଜାନୁଆରୀ ୧୦ରେ ରାଜ୍ୟର ବିଭିନ୍ନ ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢିିପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ ବୋଲି ଆଇଏମଡି କହିଛି ।

ତେବେ ଜାନୁଆରି ୯ ଓ ୧୨ରେ ପଶ୍ଚିମ ଓଡିଶାରେ ଏବଂ ଉତ୍ତର ଓ ଉପକୂଳ ଓଡିଶାରେ ୧୦ ଓ ୧୪ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସୋଆସ୍ଥିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । କେନ୍ଦ୍ରର ସୂଚନା ମୁତାବକ, ୧୦ରୁ ୧୪ ମଧ୍ୟରେ ଉତ୍ତର ଓଡିଶାରେ ଅନୁରୂପ ବୃଷ୍ଟିପାତ ହୋଇପାରେ । ୧୧ରୁ ୧୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହୋଇପାରେ । ପଶ୍ଚିମ ଓଡିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ ହେବ ।

Leave A Reply

Your email address will not be published.