ଦ୍ୱିତୀୟ ବିବାହ କଲେ ବିଧାୟକ ବ୍ୟୋମକେଶ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):  ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟ । ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ସେ ପୁଣି ଥରେ ଆରମ୍ଭ କରିଛନ୍ତି । ଶୁକ୍ରବାର ପାରମ୍ପାରିକ ରୀତିନୀତି ଅନୁସାରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନ ବିବାହ କରିଥିବା ସୂଚନା ମିଳିଛି । ବିବାହର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିବା ସହ ଏ ନେଇ ସୂଚିତ କରିଛନ୍ତି ବ୍ୟୋମକେଶ । ସେ ଭଦ୍ରକର ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମର ଅଶୋକ ବଳଙ୍କ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୨୦ ମସିହା ଫେବ୍ରୁଆରୀ ୩ ତାରିଖରେ ବ୍ୟାେମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ଦେହାନ୍ତ ହୋଇଥିଲା । ନୀଳିମା ଏବଂ ବ୍ୟୋମକେଶଙ୍କ ଏକମାତ୍ର ଝିଅ ଅଛିନ୍ତି, ଯାହାଙ୍କ ବୟସ ୫ ବର୍ଷ ।

Leave A Reply

Your email address will not be published.