ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ନେଇଗଲେ ୨୨ହଜାର

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ଉପକଣ୍ଠ ବାଲିପାଟଣାରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ। ଭାକରସାହି କେନାଲ ରୋଡ୍‌ ପାଖରେ ଲୁଟିନେଲେ ୨୨ହଜାର ଟଙ୍କା । ସୂର୍ଯ୍ୟୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚମ୍ପତ୍ତି କିସ୍ତି ଟଙ୍କା ଆଦାୟ କରି ଫେରିବାବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ବନ୍ଧୁକ ଓ କଟୁରି ଦେଖାଇ ଡିକି ଭାଙ୍ଗି ୨୨ହଜାର ଟଙ୍କା ସହିତ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

ସେପଟେ ପୋଲିସ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା  । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି  । ଏହି ଲୁଟ ପଛରେ କିଏ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ରହିଛନ୍ତି ନା ଏହା ପଛରେ ଏକ ବଡ଼ ଧରଣର ଗ୍ୟାଙ୍ଗ ରହିଛି ତାହାର ଅନୁସନ୍ଧାନ ଚଳାଇଛି ପୋଲିସ  ।

Leave A Reply

Your email address will not be published.