ବିଏସଏଫ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ: ୨ ଟିଫିନ୍ ବୋମା ଜବତ

ମାଲକାନଗିରି: (ଏସ. ନ୍ୟୁଜ୍‌):  ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି ଯବାନ । ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗାଁରୁ ଏହି ଟଫିନ୍‌ ବୋମା ଉଦ୍ଧାର କରାଯାଇଥିବା ବେଳେ, ଏହାର ଓଜନ ୨.୫ କେଜି ଥିବା ଜଣାପଡ଼ିଛି । ଯବାନ ମାନେ କମ୍ବିଂ କରୁଥିବା ସମୟରେ ଯାଜପଲମ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ବୋମା ପୋତା ଯାଇଥିଲା । ଯାହାକୁ ଯବାନ ମାନେ ଉଦ୍ଧାର କରିଥିଲେ । ବୋମା ଦୁଇଟିକୁ ଉଦ୍ଧାର ପରେ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି ଯବାନ । ଏହି ବୋମା ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଅନୁମାନ କରାଯାଉଛି । ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.