ରାଜ୍ୟରେ ସମସ୍ତେ ନିଅନ୍ତୁ ଟିକା,ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ରାଜ୍ୟରେ ସମସ୍ତେ ଟିକା ନିଅନ୍ତୁ । ଏପରି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯଦି କୋଭିଡ ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି ତେବେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ । ସାଧାରଣତଃ ଟିକା ନେଲେ ସାମାନ୍ୟ ଜ୍ବର ହୋଇଥାଏ । ଏହାଶୁଣି ଟିକା ନେବାରୁ ବିରତ ରୁହନ୍ତୁନି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି । ଏହା ଆପଣଙ୍କ ପରିବାର ଓ ସମାଜ ପାଇଁ ଘାତକ ହୋଇପାରେ । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି, ସେମାନେ ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହେଉନାହାନ୍ତି । ବର୍ତ୍ତମାନ ଇଂଲାଣ୍ଡରେ ଡେଲଟା ଭାଇରସ ପ୍ରଭାବରେ କିଛି ଲୋକ ଆକ୍ରାନ୍ତ ହୋଇଥିବା ଖବର ରହିଛି । କିନ୍ତୁ, ଏହା ସେତେଟା ସାଂଘାତିକ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେପଟେ ରାଜ୍ୟର କେତେକ ସ୍ଥାନରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଛି । ତେବେ ଏହି ନକଲି ମେଡିସିନ୍ କେହି ଗ୍ରହଣ କରିବା ଖବର ଏଯାଏଁ ଆସିନି । ଔଷଧ କେଉଁଠୁ ଆସିଥିଲା କେତେ ପ୍ରତିଶତ ଏହା କ୍ଷତିକାରକ ସେ ନେଇ ବିଭିନ୍ନସ୍ତରରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

Leave A Reply

Your email address will not be published.