ନକଲି ଔଷଧ ମିଳିବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ  ।  ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେ ଉପରେ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ମେଡ଼ିସିନରୁ ବଞ୍ଚିତ ହେଉ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ଅପରପକ୍ଷରେ ନକଲି କରାନା ଔଷଧ ଜବତ ପ୍ରସଂଗରେ ପ୍ରତିକ୍ରିୟା ରଖିଛି ରାଜ୍ୟ ଔଷଧ ବିକ୍ରେତା ସଂଘ । ସଂପୃକ୍ତ ବ୍ୟକ୍ତି ବିକିଥିବା ସମସ୍ତ ଔଷଧକୁ ଚିହ୍ନଟ କରି ଫେରାଇନେବେ ଓ ଏ ସମ୍ପର୍କିତ ତଥ୍ୟ ଡ୍ରଗ୍ ଡିପାର୍ଟମେଣ୍ଟକୁ ଜଣାଇବା ପାଇଁ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଫାର୍ମ ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି ବିଭାଗକୁ ଲେଖା ଯାଇଥିବା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତକାଲି କନିକା ଛକରେ ଡ୍ରଗ ବିଭାଗ ପକ୍ଷରୁ ଚଢାଉ କରାଯାଇ ପାଖାପାଖି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରିଥିଲା ଡ୍ରଗ ବିଭାଗ। ।

Leave A Reply

Your email address will not be published.