ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । କରୋନାରେ ଆକ୍ରାନ୍ତ ହୋଇ ପ୍ରଫେସର ରାଧାମୋହନ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ରାଜନେତା ଓ ଶିକ୍ଷାବିତ୍ ଶୋକବ୍ୟକ୍ତ କରିଛନ୍ତି।

ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ନୟାଗଡ଼ର ରଙ୍ଗଣିପାଟଣାରେ ଜନ୍ମଲାଭ କରିଥିଲେ । ସେ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାର ତାଙ୍କୁ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା ପାଇଁ ୟୁଏନଏପିର ‘ଗ୍ଲୋବାଲ ରୋଲ୍ ଫ୍ର ଅନର’ ପୁରସ୍କାର ପାଇଥିଲେ । ସେ ଶିକ୍ଷା, ଯୋଜନା ଓ ଜଳଛାୟା ମିଶନର ପରାମର୍ଶଦାତା କମିଟିର ସଦସ୍ୟ ରହିବା ଓଡ଼ିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ।

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ରାଜନେତା, ଶିକ୍ଷାବିତ୍, ପ୍ରଶାସକ, ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.