୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି । ୧୧ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ନୂଆପଡ଼ାର ଘଟିପଡ଼ାରୁ କଳାହାଣ୍ଡିର ଆମ୍ବପାଣିକୁ ୪ ଥାକିକା ବିଜୁ ଏକ୍ସପ୍ରେସ । ୪୪୮କୋଟି ଟଙ୍କାରେ ହେବ ୪ଥାକିଆ ବିଜୁ ଏକ୍ସପ୍ରେସ୍‌ ଓ୍ବେ । ୪୪୮କୋଟି ଟଙ୍କା ମଞ୍ଜୁର କଲା ରାଜ୍ୟ କ୍ୟାବିନେଟ୍ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ୍ ହାଇଓ୍ବେ । ୧୭୪କି.ମି. ଦୀର୍ଘ ରାସ୍ତା ପାଇଁ ଅର୍ଥ ମଞ୍ଜୁର କଲା କ୍ୟାବିନେଟ । ୬ଟି କ୍ଷୁଦ୍ର ପୋଲ ଓ ୬ଟି ବୃହତ ପୋଲ ନିର୍ମାଣ ହେବ । ଏଥିସହ କଟକ ଜାଇକା ପ୍ରକଳ୍ପ ମୁଖ୍ୟନାଳ ପାଇଁ ୪୫୦କୋଟି ମଞ୍ଜୁର ହୋଇଛି । ଡିସେମ୍ବର ୨୨ସୁଦ୍ଧା ସରିବ ଜାଇକା ପ୍ରକଳ୍ପ କାର୍ଯ୍ୟ । ପଟାପୋଲରୁ ମାତୃଭବନ ଯାଏଁ ହେବ ବକ୍ସ କଲଭର୍ଟ । ଏଥିସହ ଓଡ଼ିଶା ଟାକ୍ସେସନ ରୁଲରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଓଏଏସ କ୍ୟାଡରର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ । ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତରିତ ହେଲା IDCOL । ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରତିବର୍ଷ ସରକାରୀ କର୍ମଚାରୀ ଦାଖଲ କରିବେ ସମ୍ପତ୍ତି ତାଲିକା । ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ ନେଇଥିଲା ନିଷ୍ପତ୍ତି । ନିଷ୍ପତ୍ତି ଆଧାରରେ ନିୟମାବଳୀର ସଂଶୋଧନ ହୋଇଛି । ଏଥିସହ ୨୨୦ଟି ନୂଆ ପଦ ସୃଷ୍ଟିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରଶାସନିକ କାର୍ଯ୍ୟର ସଫଳ ରୂପାୟନ ପାଇଁ ନୂଆ ପଦବୀକୁ ମଞ୍ଜୁରୀ । ସହରାଞ୍ଚଳ ଯୋଜନା ଓ ବିକାଶ ଆଇନରେ ସଂଶୋଧନକୁ ମଞ୍ଜୁରୀ । ଜମି ଅଧିଗ୍ରହଣ ଭଳି ପୂରାତନ ଅଧିନିୟମକୁ ଅପସାରଣ କରାଯାଇଛି ।

Leave A Reply

Your email address will not be published.