ଓଡିଶା-ମୋ ପରିବାର ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଓଡ଼ିଶା ରାଜ୍ୟ ବିଜୁ ଯୁବ ଜନତା ଦଳ ଓ ଭୁବନେଶ୍ୱର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ‘ଜୀବନ ବିନ୍ଦୁ’ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।

ସୂଚନା ଅନୁଯାୟୀ, ଓଡିଶା-ମୋ ପରିବାର ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରକୁ ବିଜେଡି ଜିଲ୍ଲା ସଭାପତି ସମରେଶ ବେଉରା, ରାଜ୍ୟ ବରିଷ୍ଠ ଉପସଭାପତି ଧୃତି ମାର୍ଥା, ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର, ରାଜେଶ ଭୁଇଁଆ ଆୟୋଜନ କରିଥିଲେ। ଏହି ରକ୍ତ ଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ।

ଅନ୍ୟ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରତାପ ଦେବ, ରାଜ୍ୟ ସାଧାରଣ ସଂପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମର ରାଉତ ଓ ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ଏହାବ୍ୟତୀତ ବିଜେଡ଼ି ମହାସଚିବ ଏଲିନା ଦାସ, ରାଜ୍ୟ ଉପସଭାପତି ସୋଫିଆ ଆଲାମ, ରାଜ୍ୟ ସାଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ନାୟକ,  ଶୁଭ୍ରଜିତ ପାଢ଼ୀ, ଆଶିଷ ମିଶ୍ର, ଅଭିନଶ ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, ଅମର୍ଜିତ ଗଉଡ଼, ଲଗ୍ନାଦୀପା ମିଶ୍ର, ଶିବନୀ ସାହୁ , ଜିଲ୍ଳା ସାଧାରଣ ସମ୍ପାଦକ କଳି ସିଂହ, ସମ୍ପାଦକ ବିଜୟ ଗୋଛୟତ, ରାଜେଶ ରାୟ ଓ ଭୁବନେଶ୍ୱର ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ ରୋହିତ କୁମାର ପାତ୍ର ଯୋଗ ଦେଇଥିଲେ। ତେବେ ଏହି ଶିବିରରେ ଗୋଟିଏ ଦିନ ରେ ମୋଟ ୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.