ବ୍ୟାଙ୍କରେ ଲୋନ୍‌ର ପ୍ରଲୋଭନ, ଅନେକ ଠକେଇର ଶିକାର

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଲୋନ୍‌ କରାଇଦେବାକୁ କହି ଠକେଇ । ବ୍ୟାଙ୍କରେ ଲକ୍ଷାଧିକ ଟଙ୍କାର ଲୋନ କରାଇ ଦେବାକୁ କହି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବାର ଅଭିଯୋଗ ଆସିଛି । ଏନେଇ ଥାନାରେ ମାମଲା ।

ଖବର ଅନୁଯାୟୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକ ମାନେ ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଶୀଳ ସୁଜନଶୀଳତା ଯୋଜନା(PMEGP)ମାଧ୍ୟମରେ ବିଭିନ୍ନ ଛୋଟ ଶିଳ୍ପ କେନ୍ଦ୍ର ଯଥା ଟେଲରିଙ୍ଗ, ଝୋଟ କାମ, ଵିୟୁଟିପାଲର ଖୋଲିବା ପାଇଁ ବ୍ୟାଙ୍କ ଯୋଗେ ଲୋନ ଯୋଗେଇ ଦିଆଯାଏ । ମାତ୍ର ଲୋନ ପୂର୍ବରୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ରେ ଟ୍ରେନିଙ୍ଗ ସହିତ ପଞ୍ଜିକୃତ କରିବାକୁ ପଡେ । ଶେଷରେ ସ୍ଥାନୀୟ ବ୍ୟାଙ୍କ ଲୋନ ଦେଇ ଥାଏ ।

ତେବେ  ଏହାର ସୁଯୋଗ ନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଛମୌଜ ଗ୍ରାମର ବିନ୍ଦୁମତୀ ନନ୍ଦ , ସ୍ୱାମୀ ପ୍ରଶାନ୍ତ କୁମାର ନନ୍ଦ ବ୍ୟାଙ୍କର  ଜଣେ କର୍ମଚାରୀ ଅଛନ୍ତି ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜଳେଶ୍ୱର ଅଞ୍ଚଳର କିଛି ମହିଳା ଓ ପୁରୁଷଙ୍କର PMEGP ମାଧ୍ୟମରେ ଲୋନ କରେଇ ଦେବେ କହି ଅଗ୍ରୀମ ଲକ୍ଷାଧିକ ଟଙ୍କା ନେଇଥିଲେ । ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି  ସୁଫଳ ମିଳିପାରିନଥିଲା । 

ଶ୍ରୀମତୀ ବିନ୍ଦୁମତୀ ନନ୍ଦୀ ନିଜର ମୋବାଇଲ ସୁଇଚ୍‌ ବନ୍ଦ କରି କୁଆଡେ ପଳେଇଯାଇଥିଲେ ।  ଜଳେଶ୍ୱର ଅଞ୍ଚଳର ବିନତୀ ପାତ୍ର ,ସୀତା ରାଣୀ ବିନ୍ଧାଣୀ, ସୁଦୀପ୍ତ କର ତାଙ୍କ ସହିତ ଯୋଗାଯୋଗ  କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ  ମିଳିପାରିନଥିଲା ।  ଶେଷରେ ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି

Leave A Reply

Your email address will not be published.