ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।

ବାଲେଶ୍ୱର: (ଏସ. ନ୍ୟୁଜ୍‌): ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ବାତ୍ୟା ୟାସ୍ ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି ।

ପବନର ବେଗ ୧୦୦ରୁ ୧୨୦ କି.ମି ଥିବା ସୂଚନା । ସମୁଦ୍ର ଜୁଆର ମଧ୍ୟ କୂଳ ଲଙ୍ଘିବାରେ ଲାଗିଛି । ଆଜି ପୂର୍ଣ୍ଣିମା ହୋଇଥିବାରୁ ସମୁଦ୍ରରେ ଉଚ୍ଚା ଜୁଆର ମଧ୍ୟ ଦେଖିବାକୁ ମିଳିଛି । କିଛି କିଛି ଜାଗାରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ଆନନ୍ଦପୁରରେ ଜଣେ ଲୋକଙ୍କ ଗଛ ପଡ଼ି ମୃତ୍ୟୁ ଘଟିଛି ।

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୩-୪ ଘଣ୍ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚିନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ସମୟ ବାତ୍ୟା ବେଳରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ହିଁ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଥାଏ । ଏହି ସମୟରେ ଆଦୈ ଘରୁ ବାହାରିବା ଉଚିତ୍ ନୁହେଁ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଏହାର ଅଧିକ ପ୍ରଭାବ ଦେଖାଯିବ ।

Leave A Reply

Your email address will not be published.