ଅକ୍ସିଜେନ୍ ଟ୍ୟାଙ୍କର ପଠାଇଲା ଓଡ଼ିଶା, ସାରଥୀ ସାଜିଲା ଓଡ଼ିଶା ପୋଲିିସ : ୨୪ ଘଣ୍ଟାରେ ପହଞ୍ଚିଲା ୨୫୦ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଅକ୍ସିଜେନ୍ ଟ୍ୟାଙ୍କର ପଠାଇଲା ଓଡ଼ିଶା ସାରଥୀ ସାଜିଲା ଓଡ଼ିଶା ପୋଲିିସ । ଓଡ଼ିଶା ପଠାଇଲା ୨୫୦ ଟନ୍  ମେଡିକାଲ ଅକ୍ସିଜେନ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ  ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଥିଲା । ଯାହା ଫଳରେ ରୋଗୀଙ୍କ ନିକଟରେ ମେଡିକାଲ ଅକ୍ସିଜେନ ପହଞ୍ଚିବାରେ କୌଣସି ବିଳମ୍ୱ ହେବନାହିଁ ।

            ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଥିଲା । ଏବଂ ଆଇନ ଶୃଙ୍ଖଳା ଏଡିଜି ଓ୍ୱା.କେ ଜେଠଓ୍ୱା ଏହି ଟ୍ରାନ୍ସପୋର୍ଟ କାର୍ଯ୍ୟପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ସେ ଏହି ଟ୍ରାନ୍ସପୋର୍ଟେସନକୁ ପ୍ରତକ୍ଷ୍ୟଭାବେ ନିରିକ୍ଷଣ କରିବା ସହ ମେଡିକାଲ ଅକ୍ସିଜେନ୍ ଯାଉଥିବା ଅଞ୍ଚଳର  ଜିଲ୍ଲା ଏସ୍‌ପି, ରେଞ୍ଜ ଡିଆଇଜି, ଆଇଜି, ସିପିଙ୍କ ସହ ଯୋଗାଯୋଗ କରିବା ସହ ସେମାନଙ୍କୁ ଅବଗତ କରାଇଥିଲେ । ତେବେ ଆଗକୁ ଅନୁଗୁଳରୁ ୨ ଟ୍ୟାଙ୍କର ବିଶାଖାପାଟଣା ଓ ଯାଜପୁରରୁ ୨ ଟ୍ୟାଙ୍କର ଗାଜିଆବାଦ ଓ ବିଶାଖାପାଟଣାକୁ ଯିବାର ଅଛି ।

Leave A Reply

Your email address will not be published.