ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ : ପ୍ରଦୀପ ମାଝୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଘୋଷଣା ପ୍ରସଙ୍ଗ। ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ ବୋଲି କଂଗ୍ରେସ କହିଛି। ଆଜି ସନ୍ଧ୍ୟାରେ ନୂଆ ପ୍ରାର୍ଥୀ ନାଁ ଘୋଷଣା କରିବ କଂଗ୍ରେସ। ଅଜିତ ମଙ୍ଗରାଜ ପରିବାରରୁ କେହି ରାଜି ନହେବାରୁ ୨ରୁ ୩ଜଣ ଆଶାୟୀଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବ ଦଳ। ଏନେଇ କଂଗ୍ରେସ ନେତା ତଥା ପ୍ରାର୍ଥୀ ଚୟନ କମିଟିର ମୁଖ୍ୟ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ତେବେ ମେ ୧୩ରେ ନିର୍ବାଚନ ହେବ ବୋଲି ଘୋଷଣା ହେବା ପରେ କଂଗ୍ରେସ ତାର ପ୍ରାର୍ଥୀ ଖୋଜିବାରେ ଲାଗିପଡ଼ିଛି।

ଏନେଇ କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ ନେଇ ଗତ ମଙ୍ଗଳବାର ଏକ ସବ୍‌ କମିଟି ବୈଠକ ବସିଥିଲା। ଏହି ବୈଠକ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଚିନ୍ତା ବଢିଥିଲା ଦଳର। ବୈଠକରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ ସୂଚନା ଦେଇଥିଲେ। ତେବେ ପିପିଲି ପାଇଁ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦଳ ଚାହୁଁଛି ବୋଲି ବୈଠକ ଅବସରରେ ପ୍ରଦୀପ ମାଝୀ କହିଥିଲେ। କିନ୍ତୁ ତାହା ଏବେ ସମ୍ଭବ ହୋଇପାରିଲା ନାହିଁ । ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ରାଜି ହେଲେନାହିଁ ବୋଲି ଏବେ କଂଗ୍ରେସ ଆଉ କାହାକୁ ପିପିଲି ପାଇଁ ପ୍ରାର୍ଥୀ କରିପାରେ  ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା, ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Leave A Reply

Your email address will not be published.