ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା, ମେ’ ୧୩ରେ ମତଦାନ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାନି ତାରିଖ ଘୋଷଣା କରିଛନ୍ତି । ମେ’ ୧୩ରେ ପିପିଲିରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ୨୭ରେ ସ୍କ୍ରୁଟିନିଂ ପରେ ୨୯ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରି ହେବ । ତା’ପରେ ମେ’ ୧୩ରେ ଭୋଟ୍ ଗ୍ରହଣ ହୋଇ ୧୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ । ତେବେ, ମେ’ ୧୮ ପୂର୍ବରୁ କେବେ ଭୋଟ୍ ଗଣତି ହେବ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପରେ ସୂଚନା ଦେବେ ।

ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମତଦାନକୁ ମାତ୍ର ୩ ଦିନ ଥିବାବେଳେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ଫଳରେ ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ରିଟର୍ଣ୍ଣିଂ ଅଫିସର । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଜଣାଇଥିଲେ ।

ଉପନିର୍ବାଚନ ସ୍ଥଗିତ ରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ନୂଆ ମତଦାନ ଘୋଷଣା କରାଯାଇଛି । ବିଜେଡି ଟିକେଟରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମୈଦାନରେ ଅଛନ୍ତି । ଏବେ କଂଗ୍ରେସ ପୁଣିଥରେ ପ୍ରାର୍ଥୀ ଦେବ । ତେବେ କିଏ ହେବ କଂଗ୍ରେସ ପ୍ରାର୍ଥୀ । ସେନେଇ ଦଳ କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପତ୍ନୀ ବନ୍ଦନକୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି

Leave A Reply

Your email address will not be published.