ଭିନ୍ନକ୍ଷମ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ଖଇରାରେ ଲଜ୍ଜା । ଭିନ୍ନକ୍ଷମ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ । ନାବାଳିକା ୬ମାସର ଗର୍ଭବତୀ ଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବକ ଫେରାର ଥିବା ବେଳେ ଥାନରେ ଦ୍ୱାରସ୍ଥ ହେଲେ ପିଡିତା ସହିତ ତାଙ୍କ ଭାଇ ଭାଉଜ । ଅଭିଯୋଗ ପରେ ଅଭିଯୁକ୍ତର ବାପାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ସୂଚନାଅନୁସାରେ ନାବାଳିକା ସହିତ ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଶରତ ଗ୍ରାମର ସମ୍ପର୍କୀୟ ଦାଦା ପ୍ରଦୀପ ସେଠି ଦୀର୍ଘ ୬ମାସରୁ ଅଧିକ ଦିନ ଶାରିରୀକ ସମ୍ପର୍କରେ ଥିଲା । ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲା ଅଭିଯୁକ୍ତ । ପରେ ନାବାଳିକା ଭାଇ ଭାଉଜଙ୍କୁ ଜଣାଇବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

Leave A Reply

Your email address will not be published.