ପୁତ୍ର ସନ୍ତାନର ବାପା ହେଲେ ସୁପରଷ୍ଟାର ବାବୁସାନ୍

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଓଲିଉଡର ସୁପରଷ୍ଟାର ବାବୁସାନ୍‌ ବାପା ହୋଇଛନ୍ତି। ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଘରକୁ ଆଜି ଆସିଲେ ନୂଆ ସଦସ୍ୟ। ଆଜି ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି ବାବୁସାନ୍‌। କୁନି ସଦସ୍ୟଙ୍କ ସ୍ବାଗତ ପାଇଁ ଚାଲିଛି ଘରେ ପ୍ରସ୍ତୁତି।

2014ରେ ବିବାହ ନିଜ ବାଲ୍ୟବନ୍ଧୁ ତୃପ୍ତିଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ମୃଧ୍ୟ ହୋଇଥାଏ। ଦୁହିଁଙ୍କ ବିବାହର 7 ବର୍ଷ ପରେ ପରିବାରରେ ଆସିଛି ଖୁସି ଖବର ।

ତେବେ ଏହି ଖବର ପରେ ଓଲିଉଡର ଏହି ସୁପରଷ୍ଟାର ଫ୍ୟାନ ମାହୋଲରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ବାବୁସାନ୍‌ଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।

Leave A Reply

Your email address will not be published.