କରୋନା ସଂକ୍ରମଣ ମାମଲା, ବିଏମସି ସିଲ୍ କଲା ଆଲେନ ଇନଷ୍ଟିଚ୍ୟୁଟ୍

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଆଲେନ ଇନଷ୍ଟିଚ୍ୟୁଟ ସିଲ୍ କଲା ବିଏମସି ।  କରୋନା ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ହେବାପରେ ପଦକ୍ଷେପ ନେଇଛି ବିଏମସି । ପଜିଟିଭ୍ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ବିଏମସି । ତେବେ ଶିକ୍ଷାନୁଷ୍ଠାନ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଥିବା ବେଳେ ଇଷ୍ଟିଚ୍ୟୁଟ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି ।

ସେହିପରି ପୂର୍ବରୁ XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ XIMBକୁ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି । ଏହାସହ XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଥିଲା । IMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ଅନ୍ୟପଟେ ଆଜି ଦେଶରେ ୬୨ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ଜୀବନ ନେଇଛି କିଲର କରୋନା । ଆଜିର କରୋନା ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି । ଏହାସହ ରାଜ୍ୟରେ ଆଜି ୨୪ ଘଣ୍ଟାରେ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୧, ଲୋକାଲ କେସ୍ ୧୧୯ ରହିଛି ।

Leave A Reply

Your email address will not be published.