ଗାଇଡଲାଇନ ମାନି ହୋଲି ପାଳିବା ପାଇଁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହା ମଧ୍ୟରେ ପାଳନ ହେବାକୁ ଯାଉଛି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସରକାରଙ୍କ ତରଫରୁ ମଧ୍ୟ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିପାଇଁ କରୋନା କଟକଣା ଅନୁସାରେ ଚଳିତ ଥର ହୋଲି ଉତ୍ସବ ପାଳନ କରିବା ପାଇଁ ଟ୍ୱିନସିଟି ବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର (ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୂଚନା ଅନୁଯାୟୀ, ଚଳିତ ଥର ଘରେ ରହି ହୋଲି ଖେଳିବାକୁ ଆହ୍ୱାନ ଦେଇଛନ୍ତି ସିପି । ଏଥିସହିତ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ନିୟମ ଭାଙ୍ଗି ରାସ୍ତାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି।

ସେହିପରି ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର। ଅପରପକ୍ଷରେ ଦୋଳ ଯାତ୍ରା ସମୟରେ ଠାକୁରଙ୍କୁ ନେଇ ପରିକ୍ରମା ବେଳେ ମାତ୍ର ୬ ଜଣଙ୍କୁ ନେଇ ଯାଇପାରିବେ । କିନ୍ତୁ କୌଣସି ପ୍ରକାର ବାଜା ବଜାଇବେ ନାହିଁ ଯାହ ଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ ହେବ ଏବଂ ଲୋକେ ଏଥିରେ ସାମିଲ ହେବେ ବୋଲି ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା।

ତେବେ ମେଲଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣ ରହିପାରିବେ । ପଡ଼ିଆରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ୬ଫୁଟ୍ ଦୂରତା ରହିବା ସହ ସମସ୍ତେ ମାସ୍କ ପିନ୍ଧିଥିବେ । ମେଲଣ ପଡ଼ିଆରେ କୌଣସି ପ୍ରକାର ଯାତ୍ରା, ଅରକେଷ୍ଟ୍ରା ଏବଂ ମୀନା ବଜାରର ଆୟୋଜନ ହେବ ନାହିଁ ।

Leave A Reply

Your email address will not be published.