ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ :(ଏସ. ନ୍ୟୁଜ୍‌): ପୁରୀ ମାର୍କଣ୍ଡେଶ୍ବର ସାହିରେ ମରଣାନ୍ତକ ଆକ୍ରମଣ । ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ୪ରୁ ଅଧିକ ଦୁର୍ବୃତ୍ତ ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଥିବା ଜଣାପଡିଛି । ଗୁରୁତର ଯୁବକଙ୍କ ନାଁ ହେଉଛି ପ୍ରଦୀପ କୁମାର ତ୍ରିପାଠୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ପୁରୀ ମେଡିକାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଓଟିରେ ଭର୍ତ୍ତି କରାଯାଇଛି ।

ପୁରୀ ସହରରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି । ରାହାଜାନି, ଲୁଟ୍, ଆକ୍ରମଣ ବୃଦ୍ଧି ପାଉଛି । ଦିନକୁ ଦିନ ଅଶାନ୍ତ ହୋଇପଡୁଛି ସହର । କେହି କେହି ଆକ୍ରମଣର ଶିକାର ହେଉଥିବା ବେଳେ ଲୁଟେରାଙ୍କ ପାର୍ଦୁଭାବ ବଢି ବଢି ଚାଲିଛି । ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଢାଇବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.