ଭୁବନେଶ୍ବର:(ଏସ. ନ୍ୟୁଜ୍):ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟାକାଣ୍ଡ ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ସୂଚନା ଅନୁସାରେ ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।
ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଏବଂ ଚକେଇସିଆଣି ନିକଟ ରାସ୍ତାକଡରୁ କାର ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତଦେହ । ତେବେ ହତ୍ୟାକାଣ୍ଡରେ କଣ ସବୁ ବ୍ୟବହାର କରାଯାଇଥିଲା । ଏଥିରେ କିଏ କିଏ ସାମିଲ ଥିଲେ ସେନେଇ ବର୍ତ୍ତମାନ ସୁଧା ପୋଲିସ କୌଣସି ସୂଚନା ଦେଇନାହିଁ । ତେବେ ଏହାକୁ ପୋଲିସ କମିଶନର ବଡ଼ ସଫଳତା ବୋଲି କୁହାଯାଉଛି । ଗତଥର ୨୨ବର୍ଷ ତଳର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏବେ ୧୩ବର୍ଷ ତଳର ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି ।