ରସୁଲଗଡ଼ ଛକ ଓ ସତସଙ୍ଗ ବିହାର ନିକଟରେ ଓଲଟିଲା ଟ୍ରକ :କୌଣସି ଜୀବନହାନୀ ଘଟିନଥିବା ବେଳେ କିଛି ଜଣ ଆହତ ହୋଇଥିବା ସୂଚନା

ଭୁବନେଶ୍ବର: ସତସଙ୍ଗ ବିହାର ନିକଟରେ ଓଲଟିଲା ଟ୍ରକ୍ । ଚକା ଫାଟିଯିବାରୁ ତାରିଣୀ ବସ୍ତି ଭିତରକୁ ମାଡ଼ିଗଲା ମୋରମ ବୋଝେଇ ଟ୍ରକ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ତାରିଣୀ ବସ୍ତି ବାସିନ୍ଦା । ଟ୍ରକର ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ୍ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି । ସେପଟେ ରସୁଲଗଡ଼ ଛକରେ ମଧ୍ୟ ଅନ୍ୟ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିଛି ।ଅପରପକ୍ଷରେ ଦୁର୍ଘଟଣା ଯୋଗୁଁ ବଡ଼ ଧରଣ କୌଣସି ଜୀବନହାନୀ ଘଟିନଥିବା ବେଳେ କିଛି ଜଣ ଆହତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.