ଭୁବନେଶ୍ବର:(ଏସ. ନ୍ୟୁଜ୍):ସର୍ଭିସ୍ ବନ୍ଧୁକରୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଜଲାପୁଟ ବିଏସ୍ଏଫ 15th ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଯବାନ ହେଲେ ଇନ୍ଦ୍ର ସିଂହ । ଆଜି ସକାଳେ ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତକାଲି ସେ ନିଜ ଗାଁ ରାଜସ୍ଥାନରୁ ଫେରି କାର୍ଯ୍ୟରେ ଯୋଗଦେଇଥିଲେ । ତେବେ କାହିଁକି ସେ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ ।