ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟ

ଭୁବନେଶ୍ବର:(ଏସ. ନ୍ୟୁଜ୍‌):ବଲାଙ୍ଗୀର ଗେଟ୍‌ ସୋରବର ପଡ଼ାରେ ହତ୍ୟାକାଣ୍ଡ । ବଙ୍ଗାଳୀ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା । ମୃତକ ହେଲେ କୋଲକାତାର ସେକ ବାନୀ । ସେକ୍‌ଙ୍କ ସହ ରହୁଥିବା ୫ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମଦ ପିଇବା ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଜି ସକାଳୁ ପାଲିସ ସେକ ବାନୀଙ୍କ ମୃତଦେହ ନାଳରୁ ଉଦ୍ଧାର କରିଛି । ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତ ସେକ୍ ବାନୀ ୮ବର୍ଷ ହେୱା କୋଲକାତାରୁ ଆସି ବଲାଙ୍ଗୀରରେ ରହୁଥିଲେ । ତେବେ ବିଭିନ୍ନ ସମୟରେ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Leave A Reply

Your email address will not be published.