ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ,(ଏସ. ନ୍ୟୁଜ୍‌): ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ପରେ ରତ୍ନ ସିଂହାସନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଶନିବାର ମହାପ୍ରଭୁଙ୍କର ସନ୍ଧ୍ୟା ସମୟରେ ଏହି ବେଶ କରାଯିବ । ପୁଷ୍ପାଳକ, ଖୁଣ୍ଟିଆ, ମେକାପ ପ୍ରଭୃତି ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସୁସଜ୍ଜିତ କରିବେ ।  

ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପ୍ରେରଣ କରି ଗଜକୁ ଉଦ୍ଧାର କରିଥିବାର କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁଯାୟୀ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି । ଏହି ବେଶ ସହ ମହାପ୍ରଭୁଙ୍କୁ ଖୀରି ଓ ଅମାଲୁ ଭୋଗ କରିବାର ପରମ୍ପରା ରହିଛି ।

Leave A Reply

Your email address will not be published.