ସୀମାନ୍ତ ଛତିଶଗଡ଼ କାଙ୍କେରରେ ଆଇଇଡି ଠାବ , ଅଳ୍ପକେ ବର୍ତ୍ତିଲେ ଯବାନ

ଭୁବନେଶ୍ବର,(ଏସ. ନ୍ୟୁଜ୍‌): ସୀମାନ୍ତ ଛତିଶଗଡ଼ କାଙ୍କେରରେ ଆଇଇଡି ଠାବ । ଅଳ୍ପକେ ବର୍ତ୍ତିଲେ ଯବାନ । କୋୟେଲିବେଡ଼ା ଥାନା ମର୍କାନାର- ବଡ଼ପରା ରାସ୍ତା ନିକଟରେ ବିଏସ୍‌ଏଫ୍ ଯବାନ ଆଇଇଡି ଠାବ କରି ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି । କିଛି ଦିନ ତଳେ କାଙ୍କେର୍ ଜିଲ୍ଲା ଆମାବେଡା ଥାନା ଚିକପାଲ୍ ଗାଁ ଜଙ୍ଗଲରେ ଆଇଇଡି ଖଞ୍ଜିବା  ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଣେ ମାଓବାଦୀ ନିହତ ହୋଇଥିଲା । ଏହା ପରେ ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଚେଷ୍ଠା କରିଥିଲେ ନକ୍ସଲ । କିନ୍ତୁ ଯବାନ ମାଓବାଦୀ ଯୋଜନାକୁ ବିଫଳ କରିଛନ୍ତି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବିଏସ୍‌ଏଫ୍‌ ଯବାନଙ୍କୁ ସଫଳତା । କମ୍ବିଂ ବେଳେ ଭିତରପଡା ଜଙ୍ଗଲରୁ ମିଳିଲା ମାଓ ସାମଗ୍ରୀ । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଯବାନ ଅତର୍କିତ ଚଢାଉ କରିଥିବା ବେଳେ ମାଓ ସାମଗ୍ରୀ ଛାଡି ମାଓବାଦୀ ଖସି ପଳାଇଥିଲେ । ସେଠାରୁ ବିପୁଳ‌ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ୫୦ ଡିଟୋନେର, 60ଟି ଜିଲେଟିନ, ୫ ବଣ୍ଡଲ ତାର, ମାଓ ପୁସ୍ତିକା ,ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.