ପୋଡ଼ୋଶୀ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଖୋଲି ନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍

ଭୁବନେଶ୍ୱର: ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା । ହେଲେ ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସରୁ ଅଧିକ ଦିନ ସ୍କୁଲ କଲେଜ ସବୁ ବନ୍ଦ ରହିବା ପରେ ଚଳିତ ବର୍ଷ ନମବ ଦଶମ ଓ କଲେଜ ଖୋଲାଯାଇଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଏବେ ବି ବନ୍ଦ ରହିଛି । ତେବେ ଆଜି ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ଖୋଲାଯିବାର ଯୋଜନା ରହିଥିଲା. କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇପାରେ ।

ସୂଚନା ମୁତାବକ ପଡ଼ୋଶୀ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିକୁ ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ  ଖୋଲିବାରେ ବିଳମ୍ବ ହୋଇପାରେ। ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା। ହେଲେ ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶଙ୍କ କହିଛନ୍ତି ଯେ  ଛତିଶଗଡ଼ରେ ସଂକ୍ରମଣ ବଢିଛି । ସୀମାନ୍ତ ଜିଲ୍ଲାଗୁଡିକୁ ନୋଡାଲ ଅଫିସର ପହଂଚିଛନ୍ତି ଓ ସେଠାରେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ।  ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିବା ପରେ ସ୍କୁଲ ଖୋଲାଯିବା ନେଇ ପୂନର୍ବି୍ଚାର କରାଯିବ ।

Leave A Reply

Your email address will not be published.