ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ, ୮ ଶହ କୋଟିରେ ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର

ପୁରୀ,(ଏସ. ନ୍ୟୁଜ୍‌): ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ ହୋଇଛି। 19ଅକ୍ଟୋବର 2019ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ 800 କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆଜିର ଦିନ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଐତିହାସିକ ଦିନ। ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡରର ପ୍ରକଳ୍ପ ର ଚୁଡାନ୍ତ ରୂପରେଖ ମଞ୍ଜୁରୀ ଲାଭ କଲା। ଏହି ପ୍ରକଳ୍ପ ୧୯ ଅକ୍ଟୋବର ୨୦୧୯ ରେ କ୍ୟାବିନେଟରେ ୮୦୦ କୋଟି ଟଙ୍କାର ଅନୁମୋଦନ କରିଥିଲେ। ପ୍ରକଳ୍ପ ପାଇଁ ୩୦ ଡିସେମ୍ବରରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାରେ ରଖିଥିଲେ। ଲୋକଙ୍କୁ ମତାମତ ଦେବାକୁ କୁହାଯାଇଥିଲା। ୩ ଶହ ମତାମତ ଆସିଛି। ଏନେଇ କମିଟି ଗଠନ ହୋଇଥିଲା। କମିଟି ୮ଥର ବୈଠକ କରି ଟେକ୍ନିକାଲ ପରାମର୍ଶ ଦାତା କମିଟି ଗଠନ ହୋଇଥିଲା। ସେମାନେ ମଧ୍ୟ ବୈଠକ କରି ଆଲୋଚନା କରିଛନ୍ତି।

ସେହିପରି ପ୍ରକଳ୍ପ ପାଇଁ ୫୦ ରୁ ଉର୍ଦ୍ଧ୍ବ ବୈଠକ ହୋଇଛି। ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ୩ ଟି କାରଣ ଥିଲା । ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା, ମୌଳିକ ସୁବିଧା ଯୋଗାଇ ଦେବା, ସୁନାବେଶକୁ ଅଧିକ ଭକ୍ତ ଦେଖିବା, ଜମି ଅଧିଗ୍ରହଣ କରିବା ସହ ଐତିହ୍ୟ କରିଡର ଶ୍ରୀମନ୍ଦିର ରିସେପସନ ମୌଳିକ ସୁବିଧା ମଠର ମନ୍ଦିର ଗୁଡିକର ପୁନରୁଦ୍ଧାର  କରିବା ବାବଦରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦୁଆରକୁ ୯ ଭାଗରେ ବିଭକ୍ତ କରାଯାଇଛି। କୀର୍ତ୍ତନ, ଜରୁରୀ କାଳୀନ ସେବା ପାଇଁ ସୁବିଧା ରହିବ । ୫୫ରୁ ୭୫ ମିଟର ମଧ୍ୟରେ ରହୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ । ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ , ଏମାର ମଠ ସ୍ଥାନରେ ୪ ଟି ବ୍ୟବସ୍ଥା
ରହିବ । ୬ହଜାର ଲୋକଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଅତ୍ୟାବଶ୍ୟକ ସ୍ଥଳେ ଆଉ ୨ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ
। ବର୍ଷକରେ ମାତ୍ର ୧୨ ରୁ ୧୪ ଦିନ କରିବାକୁ ପଡିବ । ୪ ହଜାର ପରିବାରର ବ୍ୟାଗେଜ ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ ନେଇ ପ୍ରସ୍ତାବରେ ସ୍ଥାନିତ ରହିଛି ।

ଅନ୍ୟପଟେ ଭିନ୍ନକ୍ଷମ ପାଇଁ ସ୍ବତନ୍ତ୍ର ଶୌଚାଳୟ। ସେବାୟତ ଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଶୌଚାଳୟ ହେବ  । ସୂଚନା ଦାନ କେନ୍ଦ୍ର ଏଟିଏମ ଏବଂ ପୋଲିସ ସର୍ଭିସ ସେଣ୍ଟର ରହିବ। ସାଂସ୍କୃତିକ ମଣ୍ଡପ ୫ଶହ ଲୋକ ବସିକି ସଂକୀର୍ତ୍ତନ କରିବେ, ସେଠାରୁ ନୀଳଚକ୍ର ଦେଖିପାରିବେ । ମଠରୁ ଅଧିଗ୍ରହଣ ହୋଇଛି ଜମି। ସେଠାରେ ଥିବା ମନ୍ଦିର ର ପୁନରୁଦ୍ଧାର କରାଯିବ। ବଡଛତା ଏବଂ ମୌଳି ମନ୍ଦିର ସଂପୂର୍ଣ୍ଣ ପଥରେ ନିର୍ମାଣ କରାଯିବ। ଏହା ଓଡିଶା ସରକାରଙ୍କ ସ୍ବୀକୃତି ନେବା ପରେ ମନ୍ଦିର ପ୍ରଶାସନର ସ୍ବୀକୃତି ଜାତୀୟ ପ୍ରାଧିକରଣ ଏଏସଆଇ ପିକେଡିଏର ଅନୁମୋଦନ ପାଇଁ ଆବେଦନ କରାଯିବ।

ଆସନ୍ତା ୨୮ ଫେବୃଆରୀରେ ଏନେଇ ଆବେଦନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି  । ଟେକ୍ନିକାଲ ଟିମ ଅନୁଧ୍ୟାନ କରିବା ପରେ OBCC ମାଧ୍ୟମରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ। କାମ ପାଇଁ ପୁରୀ ରେ ଏକ ଓ୍ବାର୍କସପ କରାଯିବ। ଜୁନ ୧ ରୁ କାମ ଆରମ୍ଭ ହେବ। ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଛି। ବାକି ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣୀ ହେଇଛି। ପ୍ଳାନ ଅନୁସାରେ ୨ ଲକ୍ଷ ଲୋକ ଏକାଠି ଠିଆ ହୋଇ ଦେଖି ପାରିବେ। ଏବେ ମାତ୍ର ୨୦ ହଜାର ଦେଖିପାରୁଛନ୍ତି।

Leave A Reply

Your email address will not be published.